୫ ଜିଲ୍ଲାରେ ଆଜି ସ୍କୁଲ ଛୁଟି

୫ଟି ଜିଲ୍ଲାରେ ଆଜି ସ୍କୁଲ୍ ଓ ଅଙ୍ଗନବାଡ଼ି ବନ୍ଦ

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ‘ଗଭୀର ଅବପାତ’ (Deep Depression) ଗୋପାଳପୁର ଓ କଳିଙ୍ଗପାଟନମ୍ ମଧ୍ୟରେ ଉପକୂଳ ଅତିକ୍ରମ କରିବା ପରେ ଲାଗିରହିଥିବା ବର୍ଷା ଯୋଗୁଁ ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଆଜି ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ।ଜିଲ୍ଲାପାଳମାନଙ୍କ ଘୋଷଣା ଅନୁଯାୟୀ, ବର୍ଷାଜନିତ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଏବଂ ମାଲକାନଗିରି ଜିଲ୍ଲାର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଆଉ ଦିନେ ପାଇଁ ଶିକ୍ଷାଦାନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *