ସୁପ୍ରିମକୋର୍ଟରେ ଟିଏମସି ନାମ-ଚିହ୍ନ ବିବାଦ ଶୁଣାଣି

ଟିଏମସି ନାମ-ଚିହ୍ନ ବିବାଦ: ଇସିଙ୍କୁ ସମୟସୀମା ଜଣାଇବାକୁ କହିଲେ ସୁପ୍ରିମକୋର୍ଟ

ତୃଣମୂଳ କଂଗ୍ରେସର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଚାଲିଥିବା ବିବାଦରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନିର୍ବାଚନ କମିସନଙ୍କ ଅନ୍ତରୀଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଆବେଦନର ଶୁଣାଣି କରି ଶୀର୍ଷ ଅଦାଲତ ନିର୍ବାଚନ କମିସନଙ୍କୁ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ କେତେ ସମୟ ଆବଶ୍ୟକ, ତାହା ଜଣାଇବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୮ରେ ହେବ । ଚିଫ୍ ଜଷ୍ଟିସ୍ ସୂର୍ୟ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଅଦାଲତ ନିର୍ବାଚନ କମିସନଙ୍କ ଓକିଲଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଉଭୟ ପକ୍ଷଙ୍କୁ ନିଜ ନିଜ ପ୍ରମାଣ ଓ ଦସ୍ତାବିଜ ରଖିବା ପାଇଁ ଯଥେଷ୍ଟ ସୁଯୋଗ ଦିଆଯିବା ସହ ମାମଲାକୁ ଅନାବଶ୍ୟକ ଭାବେ ଦୀର୍ଘ କରାଯିବା ଉଚିତ ନୁହେଁ। ତେଣୁ ଏକ ବାସ୍ତବସମ୍ମତ ସମୟସୀମା ବିଷୟରେ ଅଦାଲତକୁ ଅବଗତ କରାଇବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *