ସୁପ୍ରିମକୋର୍ଟରେ ପହଞ୍ଚିଲା ଟିଏମ୍‌ସି ବିବାଦ

ସୁପ୍ରିମକୋର୍ଟରେ ପହଞ୍ଚିଲା ଟିଏମ୍‌ସି ବିବାଦ

ସୁପ୍ରିମକୋର୍ଟରେ ପହଞ୍ଚିଲା ଟିଏମ୍‌ସି ବିବାଦ । ତୃଣମୂଳ କଂଗ୍ରେସର ନାମ ଓ ପାରମ୍ପରିକ ନିର୍ବାଚନ ଚିହ୍ନକୁ ନେଇ ଚାଲିଥିବା ବିବାଦ ହାଇକୋର୍ଟରୁ ଯାଇ ସୁପ୍ରିମକୋର୍ଟରେ ପହଞ୍ଚିଲାଣି । ନିର୍ବାଚନ କମିସନଙ୍କ ଅନ୍ତରୀଣ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ଦଳର ନାମ ଓ ଚିହ୍ନ ଉପରେ ରୋକ ଲାଗିଥିବାରୁ ଏହି ମାମଲାକୁ ତୁରନ୍ତ ଶୁଣାଣି କରାଯିବା ଦରକାର ବୋଲି ମମତାଙ୍କ ପକ୍ଷରୁ ଯୁକ୍ତି ରଖାଯାଇଛି ।ଆଜି ସୁପ୍ରିମକୋର୍ଟରେ ମମତା ବାନାର୍ଜୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ମାମଲାକୁ ପରିଚାଳନା କରୁଛନ୍ତି । ନିର୍ବାଚନ ସମୟ ଚାଲିଥିବା ବେଳେ ଦଳର ପାରମ୍ପରିକ ନିର୍ବାଚନ ଚିହ୍ନକୁ ଫ୍ରିଜ୍ କରାଯାଇଥିବାରୁ ମାମଲାର ଶୀଘ୍ର ଶୁଣାଣି ଆବଶ୍ୟକ ବୋଲି ସିବଲ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଆବେଦନ ପରେ ସୁପ୍ରିମକୋର୍ଟ ମାମଲାଟିକୁ ଶୀଘ୍ର ଶୁଣାଣି ପାଇଁ ତାଲିକାଭୁକ୍ତ କରିବା ନେଇ ସମ୍ମତି ଜଣାଇଛନ୍ତି । ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି , ମାମଲା ଶୁଣାଣି ପାଇଁ ଆସିବା ପରେ ଉଭୟ ପକ୍ଷଙ୍କୁ ନିଜ ନିଜ ମତ ଓ ଯୁକ୍ତି ରଖିବାର ପୂର୍ଣ୍ଣ ସୁଯୋଗ ମିଳିବ ।

Leave a Reply

Your email address will not be published. Required fields are marked *