ସେନା ମେଡାଲ ବିଜେତାଙ୍କୁ ଟ୍ରେନ୍ ଯାତ୍ରା ଫ୍ରି
ସେନା ମେଡାଲ ବିଜେତାଙ୍କୁ ଟ୍ରେନ୍ ଯାତ୍ରା ମାଗଣା। ସାହସିକତା ସେନା ମେଡାଲ୍ ବିଜେତା ଆଜୀବନ ମାଗଣା ଟ୍ରେନ୍ ଯାତ୍ରା କରିବେ। ସେନା, ନୌସେନା, ବାୟୁସେନା ମେଡାଲ ବିଜେତା ଏହି ସୁବିଧା ପାଇବେ। ସେନା ମେଡାଲ୍ ବିଜେତାଙ୍କ ପରିବାର ସଦସ୍ୟ ବି ମାଗଣା ଟ୍ରେନ ଯାତ୍ରା କରିବେ। ଯଦି ଅବିବାହିତ ହୋଇ ସହିଦ ହୋଇଥିବେ ବାପା, ମା ଏହି ସୁବିଧା ପାଇବେ। ଫାଷ୍ଟକ୍ଲାସ୍, ସେକେଣ୍ଡ କ୍ଲାସ୍ ଏସି, ଏସି ଚେୟାର କାରରେ ଯାତ୍ରା କରିପାରିବେ। https://irccp.indianrail.gov.in/IRCCP ପୋର୍ଟାଲରେ ଆବେଦନ କରିପାରିବେ। ଆବେଦନ କଲେ ଅନଲାଇନରେ ଟ୍ରେନ୍ ଯାତ୍ରା ପାଇଁ ଇ-ପାସ୍ ମିଳିବ। ଆସନ୍ତା ନଭେମ୍ବର ୧ରୁ ମାଗଣା ଟ୍ରେନ୍ ଯାତ୍ରା ନେଇ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରାଳୟ।
