କ୍ୱାରେଣ୍ଟାଇନ ପରେ ଖୋଲା ପରିବେଶରେ ରହିବେ ୫ ଓରାଙ୍ଗଉଟାନ!
ନନ୍ଦନକାନନରେ ଥିବା ୫ ଓରାଙ୍ଗଉଟାନଙ୍କୁ ଖୁବଶୀଘ୍ର କାଚ ଘରୁ ଖୋଲା ଏନକ୍ଲୋଜରକୁ ସ୍ଥାନାନ୍ତର କରାଯାଇପାରେ। ନୂଆ ପରିବେଶ ସହ ସେମାନେ ଯେପରି ଧୀରେ ଧୀରେ ଖାପ ଖୁଆଇ ପାରିବେ, ସେଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରୁଛନ୍ତି।ବର୍ତ୍ତମାନ ୫ ଓରାଙ୍ଗଉଟାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। ସେମାନଙ୍କ ସ୍ୱାସ୍ଥ୍ୟ, ଆଚରଣ ଓ ପରିବେଶ ସହ ଖାପ ଖୁଆଇବାର କ୍ଷମତାକୁ ନଜରରେ ରଖାଯିବ। ସମସ୍ତ ଆବଶ୍ୟକୀୟ ଯାଞ୍ଚ ପରେ ହିଁ ସେମାନଙ୍କୁ ଖୋଲା ଏନକ୍ଲୋଜରକୁ ନେବା ନେଇ ନିଷ୍ପତ୍ତି ହେବ।ଖୋଲା ଏନକ୍ଲୋଜରରେ ଓରାଙ୍ଗଉଟାନମାନେ ପ୍ରାକୃତିକ ପରିବେଶର ଅନୁଭୂତି ପାଇପାରିବେ। ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଓରାଙ୍ଗଉଟାନଙ୍କ ସୁରକ୍ଷିତ ରହିବାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ରହିବ।ବିଶେଷକରି ଓରାଙ୍ଗଉଟାନଙ୍କ ନିକଟକୁ ପର୍ଯ୍ୟଟକଙ୍କ ପ୍ରବେଶ, ଭିଡ଼ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ନଜର ରଖାଯିବ। ପ୍ରାଣୀମାନେ ଯେପରି ଚାପମୁକ୍ତ ପରିବେଶରେ ରହିପାରିବେ, ସେଥିପାଇଁ ଆବଶ୍ୟକ ନିୟମ ଲାଗୁ କରାଯିବ।
