ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର

ବଦ୍ରି-କେଦାରରେ ଭିଆଇପି ଦର୍ଶନ ଶୁଳ୍କ ଉପରେ ରୋକ୍

ଚାରଧାମ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଖବର । ଉତ୍ତରାଖଣ୍ଡ ଚାରଧାମ ଯାତ୍ରାର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବଦ୍ରି-କେଦାର ଦର୍ଶନ କରୁଥିବା ଭିଆଇପି ଶ୍ରଦ୍ଧାଳୁଙ୍କ ପାଇଁ ଆଶ୍ବସ୍ତି ଆଣିଛନ୍ତି ସରକାର । ବଦ୍ରିନାଥ-କେଦାରନାଥ ମନ୍ଦିର ସମିତି ପ୍ରୋଟୋକଲରେ ଆସୁଥିବା ଭିଆଇପିଙ୍କ ଠାରୁ ନିଆଯାଉଥିବା ୧୧୦୦ ଟଙ୍କା ଯାତ୍ରୀ ଶୁଳ୍କରେ ରୋକ୍ ଲଗାଯାଇଛି ।ଖବର ମୁତାବକ, ଚାରଧାମ ଯାତ୍ରାରେ ଭିଆଇପି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ତରଫରୁ ସୁରକ୍ଷା, ପ୍ରୋଟୋକଲ ଏବଂ ଦର୍ଶନ ବ୍ୟବସ୍ଥାକୁ ନେଇ ଅତିରିକ୍ତ ଭାର ବଢିବାରେ ଲାଗିଛି । ପୂର୍ବରୁ ଏହି ଅତିରିକ୍ତ ଭାରକୁ କମ୍ କରିବା ସହ ଖର୍ଚ୍ଚ କମାଇବା ପାଇଁ ବିକେଟିସି ଏହି ଶୁଳ୍କ ପୂର୍ବରୁ ଧାର୍ଯ୍ୟ କରିଥିଲା । କିନ୍ତୁ ଏବେ ୧୫ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ଯାତ୍ରା ପାଇଁ ଶୁଳ୍କ ନ ନେବାକୁ ମନ୍ଦିର କମିଟି ଧାର୍ଯ୍ୟ କରିଛି ।

Leave a Reply

Your email address will not be published. Required fields are marked *