୭ ବର୍ଷ ପରେ ଭାରତ ଆସିଛନ୍ତି ଚୀନ ରାଷ୍ଟ୍ରପତି

BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ସି ଜିନପିଙ୍ଗ

BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ । ଚୀନ୍ ରାଷ୍ଟ୍ରପତିଙ୍କ ସହ ଆସିଛନ୍ତି ଦେଶର ଶୀର୍ଷ କୂଟନୀତିଜ୍ଞ ଓ ବରିଷ୍ଠ ନେତା । ଦିଲ୍ଲୀରେ ପହଞ୍ଚିଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ । ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ତାଙ୍କୁ ନେଇ ଆସିଥିବା ସ୍ୱତନ୍ତ୍ର ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଭାରତ ଗସ୍ତର ଔପଚାରିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସି ଜିନପିଙ୍ଗଙ୍କ ସହ ଚୀନର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ମଧ୍ୟ ଦିଲ୍ଲୀ ଆସିଛି ।ଚୀନର ସରକାରୀ ସମ୍ବାଦ ସଂସ୍ଥା ସିନ୍ ହୁଆ ଅନୁସାରେ, ପ୍ରତିନିଧିମଣ୍ଡଳରେ କାଇ କି ଓ ୱାଙ୍ଗ ୟିଙ୍କ ଭଳି ପ୍ରଭାବଶାଳୀ ନେତା ରହିଛନ୍ତି । କାଇ କି ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଏବଂ CPC କେନ୍ଦ୍ରୀୟ କମିଟିର ଜେନେରାଲ୍ ଅଫିସର ନିର୍ଦ୍ଦେଶକ । ସେହିପରି ୱାଙ୍ଗ ୟି CPC ପଲିଟବ୍ୟୁରୋର ସଦସ୍ୟ ହେବା ସହ ଚୀନ୍ ର ବୈଦେଶିକ ମନ୍ତ୍ରୀ । ସି ଜିନପିଙ୍ଗଙ୍କ ଏହି ଦିଲ୍ଲୀ ଗସ୍ତ ଉପରେ ଏବେ ବିଶ୍ୱ କୂଟନୀତିର ନଜର । ବିଶେଷକରି ଭାରତ-ଚୀନ୍ ସମ୍ପର୍କ, ଦ୍ୱିପାକ୍ଷିକ ସହଯୋଗ ଓ ଦୁଇ ଦେଶର ଶୀର୍ଷ ନେତୃତ୍ୱ ମଧ୍ୟରେ ହେବାକୁ ଥିବା ଆଲୋଚନାକୁ ନେଇ ଉତ୍କଣ୍ଠା ବଢ଼ିଛି ।

Leave a Reply

Your email address will not be published. Required fields are marked *