ଓରାଙ୍ଗଉଟାନ ଆସିଲେ କେଉଁଠୁ ତଦନ୍ତ କରୁଛି ଏସଟିଏଫ୍

ଓରାଙ୍ଗଉଟାନଙ୍କ ପାଇଁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଚିଠି

ନନ୍ଦନକାନନରେ ରହିବେ କି ଓରାଙ୍ଗଉଟାନ ? ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ନନ୍ଦନକାନନରେ ଯତ୍ନର ସହ ଓରାଙ୍ଗଉଟାନଙ୍କୁ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ। ନନ୍ଦନକାନନରେ ସ୍ଥାୟୀ ଭାବେ ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଅନୁମତି ମଗାଯାଇଛି।ଓରାଙ୍ଗଉଟାନ ନନ୍ଦନକାନନରେ ରହିଲେ ଶୋଭା ବଢ଼ିବ ଏବଂ ପର୍ଯ୍ୟଟକ ବି ବଢ଼ିବେ। ଓରାଙ୍ଗଉଟାନଙ୍କୁ କିଏ ଆଣିଲା, କେଉଁଠୁ ଅଣାଗଲା ତଦନ୍ତ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ। ଏୟାରପୋର୍ଟ ଓ ରେଲୱେ ଷ୍ଟେସନର ସିସିଟିଭି ଚେକ୍ କରାଯାଉଛି। ଜଳପଥ ପାଇଁ କୋଷ୍ଟଗାର୍ଡ ସହ ବି ଆଲୋଚନା ଚାଲିଛି।ଦେଶର ବିଭିନ୍ନ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି। ଯଦି କେହି ଚିଡ଼ିଆଖାନାରୁ ଚୋରି କରି ଆଣିଥିବେ ସେନେଇ ମଧ୍ୟ କଥାବାର୍ତ୍ତା ଚାଲିଛି ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ।

ଅନ୍ତର୍ଜାତୀୟ ଲିଙ୍କ୍ ନେଇ ଚାଲିଛି ତଦନ୍ତ। ଏ ନେଇ ସୂଚନା ଦେଉଛନ୍ତି ଏସଟିଏଫ ଡିଆଇଜି। ପ୍ରେସମିଟ୍ କରି ଏହି ସୂଚନା ଦେଉଛନ୍ତି STF ଡିଆଇଜି କନୱର ବିଶାଲ ସିଂ। ଏସପିଙ୍କ ନେତୃତ୍ବରେ ଏକ ଟିମ୍ ବାଲେଶ୍ବରରେ ପହଞ୍ଚି ସାରିଛି । ପ୍ରାଥମିକ ପର୍ଯ୍ୟାୟରେ ତଦନ୍ତ ଚାଲିଛି, ଖୋଳତାଡ଼ ଚାଲିଛି। ସ୍ଥାନୀୟ ତଥ୍ୟ, ସାଇଣ୍ଟିଫିକ୍ ପ୍ରମାଣକୁ ଆଧାର କରି ତଦନ୍ତ ଚାଲିଛି। ଅନ୍ତର୍ଜାତୀୟ ଲିଙ୍କ୍ ନେଇ ଖୋଳତାଡ଼ ଚାଲିଛି ବୋଲି କହିଛନ୍ତି ଏସଟିଏଫ୍ ଡିଆଇଜି। ଓଡ଼ିଶାର ବାଲେଶ୍ବର ଅଂଚଳକୁ କେଉଁଠୁ ଆସିଲେ ଏ ଜୀବ ଏହାର ତଦନ୍ତ କରୁଛି ଏସଟିଏଫ୍। ତଦନ୍ତ ଆରମ୍ଭ ନେଇ STF ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *