ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ

ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ

ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା ଖୁଣ୍ଟରେ ଧକ୍କା ହୋଇଥିଲା । ବିମାନ ଖୁଣ୍ଟରେ ପିଟି ହେବା ଯୋଗୁଁ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଛି ।ଖବର ମୁତାବକ, ମୁମ୍ବାଇରୁ ଶ୍ରୀନଗର ଯାଇ ଅବତରଣ କରିଥିବା ଇଣ୍ଡିଗୋ ବିମାନ 6E 225 ଲାଣ୍ଡିଂ ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଓହ୍ଲାଇ ଯାଇଥିବା ବେଳେ ବିମାନଟି ପାର୍କିଂ ପାଇଁ ଯାଇଥିଲା । ଏହି ସମୟରେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ତେଣୁ ବିମାନଟି ରୋକି ନ ହୋଇପାରି ସେଠାରେ ଥିବା ଏକ ଖୁଣ୍ଟରେ ପିଟି ହୋଇଥିଲା । ଫଳରେ ବିମାନର ନୋଜ୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ବିମାନଟି ପାର୍କିଂ ସ୍ଥାନକୁ ନିଆଯାଇ କ୍ଷତିଗ୍ରସ୍ତ ଉଡ଼ାଣ ପାଇଁ ରୋକାଯାଇଛି । ଧକ୍କା ଯୋଗୁଁ ବିମାନର ସାମ୍ନା ଭାଗ ବା ନୋଜ୍ ସେକ୍ସନ୍‌ରେ କିଛି କ୍ଷତି ହୋଇଥିବା ଜଣାପଡ଼ିଛି

Leave a Reply

Your email address will not be published. Required fields are marked *