ଏଥର ବାଲିଯାତ୍ରାରେ ଲାଗିବନି ବିପଦଜ୍ଜନକ ଦୋଳି
ଏଥର ବାଲିଯାତ୍ରାରେ ମିଳିବନି ଦୋଳିର ମଜା । ଲାଗିବନି ବିପଦଜ୍ଜନକ ଦୋଳି । “ହାମର’ ଦୋଳି ଓ “ସିଙ୍ଗଲ ଟାୱାର” ଦୋଳି ଉପରେ ବ୍ୟାନ୍ ପାଇଁ ମୀନାବଜାର ମହାସଂଘ ନିଷ୍ପତ୍ତି ନେଇଛି । ଅଧିକ ପୁରୁଣା ଦୋଳି ନ ଲଗାଇବାକୁ ମହାସଂଘର ନିଷ୍ପତ୍ତି ନେଇଛି । ଅନ୍ୟ ଦୋଳିର ମାନ ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ଗଠନ କରିବ ମହାସଂଘ । ଏନେଇ ସୂଚନା ଦେଲେ ମହାସଂଘ ସମ୍ପାଦକ ଅଭିଷେକ ଜେନା। ଗତବର୍ଷ ବାଲିଯାତ୍ରାରେ ୭୦ ଫୁଟ ଉଚ୍ଚ ସିଙ୍ଗଲ ଟାୱାର ଦୋଳି ଅଟକି ଯିବାରୁ ଘଣ୍ଟା ଘଣ୍ଟା ଧରି ୧୬ ଜଣ ବ୍ୟକ୍ତି ଫସି ରହିଥିଲେ।ସେପଟେ ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । ଉପର ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା କଟକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଚଳିତ ବର୍ଷ ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।
