ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

ବଢ଼ିଲା ସୌରିନ ଭଟ୍ଟଙ୍କ ଅଡ଼ୁଆ। କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଗିରଫଦାରୀ ସମ୍ଭାବନା। ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେବା ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି। ସେ କିପରି ନିମ୍ନ ଅଦାଲତରେ ହାଜର ହେବେ, ସେନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଜଣେ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଦୁଷ୍କର୍ମ ଅଭିଯୋଗ ସହ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେବା ମାମଲାରେ ଆଗୁଆ ଜାମିନ ଲୋଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୌରିନ। ତଦନ୍ତରେ ସହଯୋଗ କରିବା ସର୍ତ୍ତରେ ସୌରିନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ।

ପରେ ସୌରିନ ଆଉ ମହିଳା ଥାନାରେ ହାଜର ହୋଇନଥିଲେ। ୨୦୨୩ ମସିହାରେ ତାଙ୍କ ବିରୁଦ୍ଧରେ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା। ଯାହାକୁ ଚ୍ୟାଲେଞ୍ଜ କରି ସୌରିନ ପୁନର୍ବାର ହାଇକୋର୍ଟ ଆସିଥିଲେ। ହାଇକୋର୍ଟ ରହିତାଦେଶ ଜାରି କରିବା ସହିତ ନିମ୍ନ ଅଦାଲତରେ ସୌରିନଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୦ ତାରିଖରେ ସୌରିନ ଆତ୍ମସମର୍ପଣ କରିବାର ଥିଲା। କିନ୍ତୁ ତାହା ହେଲାନାହିଁ। ତେଣୁ ହାଇକୋର୍ଟ କ୍ଷୁବ୍ଧ ହେବା ସହିତ ଜାରି ହୋଇଥିବା ରହିତାଦେଶକୁ ହଟାଇ ଦେଇଛନ୍ତି । ଅଭିଯୁକ୍ତ ସୌରିନ ଭଟ୍ଟ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *