ସୁନ୍ଦରଗଡ଼ରେ ଆଜି ବି ସ୍କୁଲ-କଲେଜ ବନ୍ଦ

ସୁନ୍ଦରଗଡ଼ରେ ଆଜି ବି ସ୍କୁଲ-କଲେଜ ବନ୍ଦ

ଲଗାଣ ବର୍ଷାକୁ ନଜରରେ ରଖି ସୁନ୍ଦରଗଡ଼ ଜିଲ୍ଲାରେ ଆଜି ମଧ୍ୟ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ଲଗାତାର ବର୍ଷା ଏବଂ ପାଣିପାଗର ପ୍ରତିକୂଳ ସ୍ଥିତିକୁ ଦୃଷ୍ଟିରେ ରଖି ଦ୍ୱିତୀୟ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବଂ କଲେଜ ଆଜି ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *