ଦିଲ୍ଲୀ ହାଇକୋର୍ଟ ସମେତ ୬ ଟି ସ୍ଥାନକୁ ମିଳିଛି ବୋମା ଧମକ
ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀର ହାଇକୋର୍ଟ ସମେତ ରାଜଧାନୀର ୬ ଟି ସ୍ଥାନକୁ ବୋମା ଧମକ ମିଳିଛି । ଧମକ ପାଇବା ପରେ ସୁରକ୍ଷା ଏଜେନ୍ସିଗୁଡିକ ସକ୍ରିୟ ହେବା ସହ ଯାଞ୍ଚକୁ ଜୋରଦାର ଆରମ୍ଭ କରିଛିନ୍ତି । ଇ-ମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ମିଳିଛି । ଯେଉଁଥିରେ ଦିଲ୍ଲୀ ହାଇକୋର୍ଟ ସହିତ ଜିଲ୍ଲା କୋର୍ଟ, ଲାଲକିଲ୍ଲା ଏବଂ ଟ୍ରେନଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯିବାର ଉଲ୍ଲେଖ ରହିଛି ।
