IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ

IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ

IPS ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ବିଶିଷ୍ଟ ସେବା ପାଇଁ ସଞ୍ଜୀବ ପଣ୍ଡାଙ୍କୁ ରାଷ୍ଟ୍ରପତି ପଦକ । ୧୯୯୪ ବ୍ୟାଚ୍ ର ବରିଷ୍ଠ IPS, ନକ୍ସଲ ବିରୋଧୀ ଅଭିଯାନରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ବିଶିଷ୍ଟ ସେବା ପାଇଁ ବରିଷ୍ଠ IPS ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ President’s Medal for Distinguished Service ପାଇଁ ମନୋନୀତ କରାଯାଇଛି। ଦୀର୍ଘ ପୋଲିସ ସେବା, ପ୍ରଶାସନିକ ଦକ୍ଷତା ଏବଂ ବିଶେଷ କରି ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନରେ ତାଙ୍କ ଭୂମିକା ପାଇଁ ଏହି ସମ୍ମାନ ମିଳିଛି। ଦୀର୍ଘ କ୍ୟାରିୟରରେ ସେ ରାଜ୍ୟ ପୋଲିସର ଅନେକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ଦକ୍ଷିଣ-ପଶ୍ଚିମାଞ୍ଚଳ DIG, IG, ପରିବହନ କମିଶନର, ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ, ଭୁବନେଶ୍ୱର-କଟକ ପୋଲିସ କମିଶନର, ADG Training ଏବଂ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀର ଡାଇରେକ୍ଟର ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୨୪ରେ ତାଙ୍କୁ ଭୁବନେଶ୍ୱର-କଟକ ପୋଲିସ କମିଶନର ଦାୟିତ୍ୱ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *