ପ୍ୟାକେଜିଂ ନିୟମକୁ କଡ଼ା କରିଛି FSSAI

ପ୍ଲାଷ୍ଟିକ୍ ପ୍ୟାକେଟରେ ପ୍ୟାକେଜିଂ ହେବନି ପାନ ମସଲା

ପାନ ମସଲା ପ୍ୟାକେଜିଂକୁ ନେଇ ବଡ଼ ପରିବର୍ତ୍ତନ। ପାନ ମସଲା ପ୍ୟାକେଟରେ ଆଉ ବ୍ୟବହାର ହୋଇପାରିବ ନାହିଁ ପ୍ଲାଷ୍ଟିକ୍। ପ୍ୟାକେଜିଂ ନିୟମକୁ କଡ଼ା କରିଛି ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ ବା FSSAI। ନୂଆ ନିୟମ ଅନୁସାରେ ପାନ ମସଲା ପ୍ୟାକେଜିଂରେ ପ୍ଲାଷ୍ଟିକ୍ , ଆଲୁମିନିୟମ୍ ଫଏଲ୍ ଏବଂ ସିନ୍ଥେଟିକ୍ ଲାମିନେଟ୍ ବ୍ୟବହାର ଉପରେ ରୋକ୍ ଲଗାଯାଇଛି। ପଲିଥିନ୍, ପଲିପ୍ରୋପିଲିନ୍, ପଲିଷ୍ଟର୍ ଓ PVC ଭଳି ସିନ୍ଥେଟିକ୍ ପଲିମର୍ ବ୍ୟବହାର ମଧ୍ୟ ନିଷିଦ୍ଧ କରାଯାଇଛି। ତେବେ ପ୍ଲାଷ୍ଟିକ୍ ବଦଳରେ ପେପର୍, ପେପରବୋର୍ଡ, ସେଲୁଲୋଜ୍ ଓ ଅନ୍ୟ ପ୍ରାକୃତିକ ଉତ୍ସରୁ ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରାଯାଇପାରିବ। ଏଥିସହ ଟିନ୍ ଓ ଗ୍ଲାସ୍ କଣ୍ଟେନର୍ କୁ ମଧ୍ୟ ଅନୁମତି ଦିଆଯାଇଛି। ନିୟମ ନମାନିଲେ କମ୍ପାନୀ ବିରୋଧରେ ହୋଇପାରେ କଡ଼ା କାର୍ଯ୍ୟାନୁଷ୍ଠାନ।ପ୍ଲାଷ୍ଟିକ୍ ପ୍ରଦୂଷଣ କମାଇବା ଏବଂ ପରିବେଶ ଅନୁକୂଳ ପ୍ୟାକେଜିଂକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *