ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା ଯାତ୍ରୀବାହୀ ଘରୋଇ ବସ୍, ୭ ମୃତ
ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ତୀସା-ବୈରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଚାଲୁଜ ମୋଡ଼ ନିକଟରେ ବସଟି ଓଲଟି ପଡ଼ି ଖାଇକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।ସୂଚନାନୁଯାୟୀ, ପ୍ରାୟ ୨୦ ରୁ ୨୨ ଜଣ ଯାତ୍ରୀଙ୍କୁ ନେଇ ଘରୋଇ ବସଟି ଯାତ୍ରା କରୁଥିଲା । ବସଟି ବୈରାଗଡ଼-ଚମ୍ବା ରାସ୍ତାର ଦେବୀକୋଠି ନିକଟସ୍ଥ ଚାଲୁଜ ମୋଡ଼ରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବା ପରେ ଗଭୀର ଖାଇକୁ ଖସି ପଡ଼ିଥିଲା । ଫଳରେ ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବାବେଳେ ୩ ଜଣ ମହିଳା ରହିଛନ୍ତି ।
