ଋଣ ଶୁଝିବାକୁ ଆଉ ଗ୍ରାହକଙ୍କୁ ମିଳିବନି ଧମକ
ଗ୍ରାହକଙ୍କ ସୁରକ୍ଷା ପାଇଁ RBIର ବଡ ପଦକ୍ଷେପ। ଋଣ ଶୁଝିବାକୁ ଆଉ ଗ୍ରାହକଙ୍କୁ ମିଳିବନି ଧମକ। କିମ୍ବା ବିଳମ୍ବିତ ରାତିରେ କଲ ଆସିବନି। ଋଣ ଆଦାୟ ନାଁରେ ଗ୍ରାହକଙ୍କୁ ଦିଆଯାଉଥିବା ମାନସିକ ନିର୍ଯାତନା ଉପରେ ଲଗାମ ଲଗାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବ୍ୟାଙ୍କ ଓ ଆଦାୟକାରୀ ସଂସ୍ଥାଗୁଡ଼ିକ ପାଇଁ RBI କଠୋର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନୂଆ ନିୟମ ଅନୁଯାୟୀ, ଋଣ ଟଙ୍କା ପାଇଁ ରିକଭରି ଏଜେଣ୍ଟ ଗ୍ରାହକଙ୍କୁ କୌଣସି ପ୍ରକାରର ଗାଳିଗୁଲଜ, ଧମକ କିମ୍ବା ସାମାଜିକ ସ୍ତରରେ ଅପମାନିତ କରିପାରିବେ ନାହିଁ।ପରିବାରରେ କାହାର ମୃତ୍ୟୁ ହୋଇଥିଲେ କିମ୍ବା ଅସୁସ୍ଥ ଥିଲେ ଏବଂ ବିବାହ ଉତ୍ସବ ଚାଲିଥିବା ବେଳେ ଗ୍ରାହକଙ୍କୁ ରିକଭରି ଏଜେଣ୍ଟ ହଇରାଣ କରିପାରିବେ ନାହିଁ। ଏହି ନୂଆ ଗାଇଡଲାଇନ ଆସନ୍ତା ୨୦୨୭ ଜାନୁଆରୀ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ ରିକଭରି ଏଜେଣ୍ଟମାନେ ଗ୍ରାହକଙ୍କୁ କେବଳ ସକାଳ ୮ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ହିଁ ଫୋନ୍ କରିପାରିବେ କିମ୍ବା ଘରକୁ ଯାଇପାରିବେ। ରାତିରେ କଲ୍ କରିବା ଏବଂ ବାରମ୍ବାର ଫୋନ କରି ବିରକ୍ତ କରିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
