ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ବଢ଼ିଲା

ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ ଜଳକା ବୈତରଣୀରେ ବନ୍ୟା ଆଶଙ୍କା

ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା ବଢ଼ିଲା। ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ।ସୂଚନା ଅନୁସାରେ, ବୈତରଣୀ ନଦୀ ଫୁଲିଲେ ଚାନ୍ଦବାଲି, ଧାମନଗର ଓ ଯାଜପୁର ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଜଳକା ନଦୀ ପାଇଁ ବସ୍ତା ଓ ବାଲେଶ୍ୱର ସଦର ଅଞ୍ଚଳ ପ୍ରଭାବିତ ହୋଇପାରେ। ତେବେ ମହାନଦୀ ଅବବାହିକାରେ ବର୍ତ୍ତମାନ ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳ ସମ୍ପଦ ବିଭାଗ। ଉତ୍ତର ଓଡ଼ିଶାରେ ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଛି।ବାଲେଶ୍ୱର ସହରରେ ସର୍ବାଧିକ ୨୪୬.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ନୀଳଗିରିରେ ୨୩୯ ମିମି, ଜୟପୁରରେ ୨୩୬.୮ ମିମି, ରେମୁଣାରେ ୨୨୨ ମିମି, ଗୋବିନ୍ଦପୁରରେ ୨୧୩.୮ ମିମି ଏବଂ ରାଜଘାଟରେ ୨୦୨ ମିମି ବର୍ଷା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *