ପେପର ଲିକ୍ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ପଦକ୍ଷେପ

ପରୀକ୍ଷା ସଂଶୋଧନ ବିଲ୍ ଆଗତ

ଦେଶରେ ପେପର ଲିକ୍ ରୋକିବାକୁ ମୋଦି ସରକାର ଆଜି ସଂସଦରେ ଗଣ ପରୀକ୍ଷା ସଂଶୋଧନ ବିଲ୍ ଆଗତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକସଭାରେ ଏହି ବିଲ୍ ଆଗତ କରିଛନ୍ତି । ଗଣ ପରୀକ୍ଷା ସଂଶୋଧନ ବିଲ୍ ମାଧ୍ୟମରେ ମୋଦି ସରକାର ପେପର ଲିକ୍ ମାଫିଆମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଛନ୍ତି । ନୂଆ ବିଲ୍ ଆଇନ ତିଆରି ହେବା ପରେ ପେପର ଲିକ୍ ପାଇଁ ଦୋଷୀକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୧୦ କୋଟି ଟଙ୍କା ଜରିମାନା ଦେବାକୁ ପଡ଼ିବ । ଏହା ବ୍ୟତୀତ ଯଦି ସେବା ପ୍ରଦାନକାରୀ କମ୍ପାନୀ ଦୋଷୀ ସାବ୍ୟସ୍ତ ହୁଏ, ତେବେ ସେମାନଙ୍କୁ ୮ ବର୍ଷ ପାଇଁ କଳାତାଲିକାଭୁକ୍ତ କରାଯିବ । ସେହିପରି ଯଦି କମ୍ପାନୀର ନିର୍ଦ୍ଦେଶକ କିମ୍ବା ପରିଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ୧୦ ବର୍ଷ ଜେଲଦଣ୍ଡ ଏବଂ ୧୦ କୋଟି ଟଙ୍କା ଜରିମାନା ଦେବାକୁ ପଡିବ । ଏହା ବ୍ୟତୀତ, ଯଦି କୋଚିଂ ପ୍ରତିଷ୍ଠାନଗୁଡ଼ିକ ପେପର ଲିକ୍‌ରେ ଜଡିତ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କର ସମ୍ପତ୍ତି ବାଜ୍ୟାପ୍ତ କରାଯିବ ।

Leave a Reply

Your email address will not be published. Required fields are marked *