ବାହୁଡା ଯାତ୍ରାରେ ଅଘଟଣ

ଅଣନିଶ୍ବାସୀ ହୋଇ ଜଣେ ମୃତ

ପୁରୀ ବାହୁଡା ଯାତ୍ରାରେ ଅଣନିଶ୍ବାସୀ ହୋଇ ଜଣେ ମୃତ । ମୃତକ ହେଲେ ୫୭ ବର୍ଷୀୟ ଅବିରାମ ଦାସ । ତାଙ୍କ ଘର କଟକରେ । ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥ ଟାଣିବା ସମୟରେ ପ୍ରବଳ ଭିଡ଼ ମଧ୍ୟରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ଅଚେତ ହୋଇଯାଇଥିଲେ। ଅନ୍ୟ ଭକ୍ତ ଏବଂ ଆରପିଏଫ କର୍ମଚାରୀମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ବଗଲା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *