ମେଟ୍ରୋ ନ ଖୋଲିଲେ ହସ୍ତକ୍ଷେପ କରିବେ ସୁପ୍ରିମକୋର୍ଟ
ଦିଲ୍ଲୀ ମେଟ୍ରୋ ଷ୍ଟେସନ୍ ବନ୍ଦ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କ କଡ଼ା ଆଭିମୁଖ୍ୟ। ଅପରାହ୍ଣ ସୁଦ୍ଧା ମେଟ୍ରୋ ଷ୍ଟେସନ ନ ଖୋଲିଲେ ହସ୍ତକ୍ଷେପ କରିବେ ଉଚ୍ଚତମ ଅଦାଲତ। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଷ୍ଟେସନ ଖୋଲା ନ ଯାଏ, ତେବେ ସୁପ୍ରିମକୋର୍ଟ ନିଜେ ହସ୍ତକ୍ଷେପ କରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ । ସୁପ୍ରିମକୋର୍ଟ ବାର୍ ଆସୋସିଏସନର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିକାଶ ସିଂହ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଥିଲେ। ମେଟ୍ରୋ ଷ୍ଟେସନ ବନ୍ଦ ରହିବା ଯୋଗୁଁ ଆଇନଜୀବୀ, କୋର୍ଟ କର୍ମଚାରୀ ଏବଂ ସାଧାରଣ ଲୋକ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଥିବା କୋର୍ଟଙ୍କୁ ଜଣାଇଥିଲେ। ସିଜେପି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଜି ବି ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖାଯାଇଛି।
