ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍

ହୀରାକୁଦରେ ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍ । ପୂର୍ବରୁ ୧୨ ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ବାମ ପାର୍ଶ୍ବରୁ ୧୧ଟି ଓ ଡାହାଣ ପାର୍ଶ୍ବରୁ ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର ୬୧୪.୨୩ ରହିଛି । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାରକୁ ୩ ଲକ୍ଷ ୧୪ ହଜ଼ାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୯ ହଜ଼ାର ୯୨୦ କ୍ୟୁସେକ ଜଳ ଜଳଭଣ୍ଡାରରୁ ମହାନଦୀକୁ ନିଷ୍କାସନ କରାଯାଉଛି l

Leave a Reply

Your email address will not be published. Required fields are marked *