ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦ ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ

ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ । ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନରୁ ସରଗରମ ହେବ ଗୃହ । ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ତୟାରି କରିଛନ୍ତି ବିରୋଧୀ । ନିଟ୍ ୟୁଜି ପରୀକ୍ଷା ଦୁର୍ନୀତି ସବୁଠୁ ବଡ଼ ପ୍ରସଙ୍ଗ ହେବ । ସେହିଭଳି ରାମ ମନ୍ଦିର ଦାନ ଅର୍ଥ ହେରଫେରକୁ ନେଇ ଘେରିବେ ବିରୋଧୀ । ସାମ୍ନା କରିବାକୁ ସରକାର ବି ତୟାର । ଏହି ଅଧିବେଶନରେ ୭ଟି ବଡ଼ ବିଲ୍ ଆସିବ । ବଦଳିଯିବ ଅନେକ ନିୟମ । ‘ବନ୍ଦେ ମାତରମ’ ଅପମାନ ବିରୋଧୀ ବିଲ୍ (୨୦୨୬) ଆଗତ ହେବ । ଜାତୀୟ ଏକତା ଏବଂ ସାଂସ୍କୃତିକ ଗୌରବକୁ ସୁଦୃଢ଼ କରିବା ପାଇଁ ସରକାର ୧୯୭୧ର ପୁରୁଣା ଆଇନରେ ସଂଶୋଧନ ଆଣୁଛନ୍ତି ।ନୂଆ ଆଇନ ଅନୁଯାୟୀ, ଜାତୀୟ ଗୀତ ‘ବନ୍ଦେ ମାତରମ’ ଗାନ ବେଳେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କଲେ କିମ୍ବା ଏହାକୁ ଅପମାନିତ କଲେ ତାହା ଏକ ଦଣ୍ଡନୀୟ ଅପରାଧ ଭାବେ ଗଣା ହେବ । ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ପାଇଁ ଆସୁଛି ମେଗା ବିଲ । UGC ଏବଂ AICTE ଇତିହାସ ପାଲଟିବ । ବିକଶିତ ଭାରତ ଶିକ୍ଷା ପ୍ରତିଷ୍ଠାନ ବିଲ୍ ଦେଶର ଉଚ୍ଚଶିକ୍ଷା ନିୟାମକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ । ଏହି ବିଲ୍ ଅଧୀନରେ ବର୍ତ୍ତମାନ ପ୍ରଚଳିତ UGC, AICTE ଏବଂ NCTE ଭଳି ସଂସ୍ଥାଗୁଡ଼ିକୁ ହଟାଇ ସେମାନଙ୍କ ସ୍ଥାନରେ ଏକ ମିଳିତ କମିଶନ ଗଠନ କରାଯିବ । ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟକୁ ସାକାର କରିବା ଏବଂ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ଏହାର ମୂଳ ଉଦ୍ଦେଶ୍ୟ ।

Leave a Reply

Your email address will not be published. Required fields are marked *