ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍

ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢ଼ିବାରେ ଲାଗିଛି ଜଳସ୍ତର । ଗେଟ୍ ଖୋଲିବା ପୂର୍ବରୁ ସାଇରନ ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଉଛି । ଜଲଭଣ୍ଡାରର ଜଳସ୍ତର ରହିଛି ୬୧୧. ୫୦ ଫୁଟ । ପ୍ରତି ସେକେଣ୍ଡ ରେ ଜଳଭଣ୍ଡାର ଭିତରକୁ ୧ ଲକ୍ଷ ୫୭ ହଜ଼ାର ୪୪୨କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩୩ହଜାର ୬୨ କ୍ୟୁସକ ଜଳ । କେତୋଟି ଗେଟ୍ ଖୋଲାଯିବ ସକାଳ ୮ଟା ପରେ ନିଷ୍ପତି ନିଆଯିବ ।

Leave a Reply

Your email address will not be published. Required fields are marked *