ଆଜି ଆଡ଼ପ ମଣ୍ଡପରେ ଦର୍ଶନ କରିବେ ଭକ୍ତ
ଆଜି ଗୁଣ୍ଡିଚା ମନ୍ଦିରରେ ବାହାରିବ ପ୍ରଥମ ଆଡ଼ପ ଅବଢ଼ା । ଗୁଣ୍ଡିଚା ମନ୍ଦିର ଜନ୍ମବେଦୀ ରେ ଲୀଳା ଖେଳା କରିବେ ମହାପ୍ରଭୁ। ଏଣୁ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ସହିତ ଆଡ଼ପ ଅବଢ଼ା ପାଇବା ପାଇଁ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସହିତ ସୁଆର ମହାସୁଆର ନିଯୋଗ ମଧ୍ୟରେ ଉତ୍ତମ ସମନ୍ବୟ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି। ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆରଙ୍କ ସୂଚନା ଅନୁଯାୟୀ ଆଜି ଦିନ ୨ ଟା ୩୦ ସୁଦ୍ଧା ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପରେ ପ୍ରଥମ ଆଡ଼ପ ଅବଢ଼ା ବାହାରିବ । ୫୦ ହଜାର ଭକ୍ତଙ୍କ ପାଇଁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି ।
