ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା, ମନୋଜ ପାଢ଼ୀ ଗିରଫ

ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା, ମନୋଜ ପାଢ଼ୀ ଗିରଫ

ଓଡ଼ିଶା ଗଣଶିକ୍ଷା ବିଭାଗର ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଆଜି ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି । ମନୋଜ ପାଢ଼ୀ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ଥିଲେ । ପ୍ରଥମେ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି । ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଦେଇଥିଲେ । କ୍ରାଇମବ୍ରାଞ୍ଚ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ସେପଟେ ମନୋଜ ପାଢ଼ୀ ଓ ଅନ୍ୟ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିଲା । କେବଳ ସେତିକି ନୁହେଁ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ଏବେ ମନୋଜ ପାଢ଼ୀ ଗିରଫ ହେବା ପରେ ଅନ୍ୟ ନିଲମ୍ବିତ କର୍ମଚାରୀଙ୍କ ଚିନ୍ତା ବଢ଼ିଛି ।

Leave a Reply

Your email address will not be published. Required fields are marked *