ରଥଯାତ୍ରା ଆଉ ମାତ୍ର ୩ ଦିନ

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଯେଉଁଠି ଦୀର୍ଘ ଦିନର ଅଣସର ପରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ।ରଥଯାତ୍ରା ଆଉ ମାତ୍ର ୩ ଦିନ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ପୁରୀ । ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ପାଇଁ ଆଉ ମାତ୍ର ୩ ଦିନ ବାକି ଅଛି । ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ମହାଘୋଷଯାତ୍ରା ପାଇଁ ପୁରୀ ସହର ଏବେ ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଓ ସୁରକ୍ଷା ବାହିନୀ ଦିନରାତି ଏକ କରି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *