ଭିଜିଲାନ୍ସ ଜାଲରେ ନାଚୁଣୀ ଥାନାର ଏଏସଆଇ
ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନାର ଏଏସଆଇ ଅକ୍ଷୟ କୁମାର ସେଠୀ । ଲାଞ୍ଚ ମାମଲାରେ ASI ଫେରାର ହୋଇଥିଲେ, ଏବେ ବନ୍ଧା ହେଲେ । ଦୀର୍ଘ ସମୟର କସରତ ପରେ ପୋଲିସ ଅକ୍ଷୟ କୁମାର ସେଠୀଙ୍କୁ ଗିରଫ କରିଛି ଭଜିଲାନ୍ସ । ତାଙ୍କ ବିରୋଧରେ ଲାଞ୍ଚ ଦାବି ଓ ଗ୍ରହଣ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଛି । ଜମି ବିବାଦ ସମ୍ପର୍କିତ ଦୁଇଟି ମାମଲାକୁ ଥାନା ସ୍ତରରେ ଫଇସଲା କରିବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି । ତେବେ ଭିଜିଲାନ୍ସ ଟିମ୍ କୁ ଦେଖି ୫ ହଜାର ଟଙ୍କା ଲାଞ୍ଚ ଟଙ୍କା ନେଇ ଏଏସଆଇ ଘଟଣାସ୍ଥଳରୁ ମୋଟରସାଇକେଲରେ ଫେରାର ହୋଇଯାଇଥିଲେ
