ତୁରନ୍ତ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

ଇନଷ୍ଟାଗ୍ରାମକୁ ସରକାରଙ୍କ ନୋଟିସ୍

ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ଗତ କିଛି ଦିନ ଧରି ଖବରରେ ରହିଛି । ପ୍ରଥମେ ୟୁଜରନେମ୍ ଫିଚର୍ସ ଯୋଗୁଁ ହ୍ବାଟସଆପକୁ ସରକାରଙ୍କ ପକ୍ଷରୁ ନୋଟିସ୍ ମିଳିଲା । ଏବେ କିନ୍ତୁ ସରକାର ଇନଷ୍ଟାଗ୍ରାମ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ସୂଚନାନୁଯାୟୀ, ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ମେଟାକୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଶିଶୁ-ସମ୍ବନ୍ଧୀୟ ଆପତ୍ତିଜନକ କିଛି ବିଜ୍ଞାପନ ସେୟାର କରାଯାଇଛି । ଯେଉଁଥିପାଇଁ ସରକାର ମେଟା ଅଧିକାରୀଙ୍କୁ ସମନ ଜାରି କରିବା ସହ ୭ ଦିନ ମଧ୍ୟରେ ଏକ ବିସ୍ତୃତ ସ୍ପଷ୍ଟୀକରଣ ସରକାର ମେଟାକୁ ମାଗିଛନ୍ତି ।ଏଥିସହିତ କମ୍ପାନୀ ଏହାକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛି ସେନେଇ ମେଟାକୁ ପ୍ରଶ୍ନ କରିବ। କେନ୍ଦ୍ର ସରକାର ମେଟାକୁ ଏକ ନୋଟିସ୍ ଜାରି କରି ଶିଶୁ ସମ୍ବନ୍ଧୀୟ ଆପତ୍ତିଜନକ ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିବା ଇନଷ୍ଟାଗ୍ରାମ ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି I ଏହି ସପ୍ତାହରେ ଦ୍ଵିତୀୟ ଥର ପାଇଁ କେନ୍ଦ୍ର ସରକାର ମେଟା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Leave a Reply

Your email address will not be published. Required fields are marked *