ମୁକୁଳା ଡ୍ରେନ୍ରେ ଭାସିଯାଇଥିଲେ ଯୁବକ
ମୁକୁଳା ଡ୍ରେନ୍ରେ ଗତକାଲି ଭାସିଗଲେ ଯୁବକ। ଭୁବନେଶ୍ୱରର ବାଣୀବିହାର ଛକ ନିକଟରେ ଏକ ଖୋଲା ଡ୍ରେନ୍ରେ ପଡ଼ି ଯୁବକ ନିଖୋଜ ହୋଇଯାଇଛନ୍ତି । ଗତକାଲିଠୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନାହିଁ । ଆଜି ପୁଣି ଖୋଜାଖୋଜି ଆରମ୍ଭ ହେବ । ନିଖୋଜ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି ୩୫ ବର୍ଷିୟ ଅନିଲ ସିଂ । ସେ ନିକଟ ପଥର ବନ୍ଧ ବସ୍ତିରେ ରହୁଥିବା ସୂଚନା ମିଳିଛି । ଜରି ଓ ବୋତଲ ଗୋଟାଇବା ବେଳେ ଡ୍ରେନ୍ରେ ଖସିପଡ଼ିଥିଲେ । ଏହି ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ।
