ଆଜି ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରି ତେଲ
ଆଜି ଅନବସରର ପଞ୍ଚମ ଦିବସ। ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ଓ ଶ୍ରୀଅଙ୍ଗ ଫିଟା ନୀତି ହେବା ପରେ ଆଜି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ନିକଟରେ ଲାଗି ହେବ ଫୁଲୁରୀ ତେଲ। ଏନେଇ ବଡଓଡିଆ ମଠ ପକ୍ଷରୁ ଚାଲିଛି ତେଲ ପ୍ରସ୍ତୁତି। ଆଜି ମଧ୍ୟାହ୍ନ ଧୂପ ପରେ ଏହି ଫୁଲୁରି ତେଲ ଶ୍ରୀମନ୍ଦିରକୁ ବିଜେ କରିବା ସହିତ ରାତିରେ ମହାପ୍ରଭୁଙ୍କୁ ଲାଗି କରିବେ ଦଇତାପତି ସେବକ। ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଏବେ ଦଇତାପତିମାନେ କରୁଛନ୍ତି ଗୁପ୍ତସେବା । ଜ୍ବରର ଉତ୍ତାପ କମାଇବା ପାଇଁ ପ୍ରଲେପ କରିଥାନ୍ତି ଏହି ଔଷଧୀୟ ତୈଳକୁ । ସ୍ନାନ ପରେ ଅଣସର ଘରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦା ବସ୍ତ୍ର ଓଲାଗି ବା କାଢିବା ପରେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା କରାଯାଇଛି।
