ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଡାକ୍ତର ସଂଘର ଆଲୋଚନା
ଡାକ୍ତର ମାନଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ଜିଦ୍ରେ ଅଡ଼ି ବସିଛନ୍ତି । ଡାକ୍ତରଙ୍କ ସୁରକ୍ଷା, କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍ଜିଟ୍ ପଲିସି,ଇନ୍ସ୍ୟୁରାନ୍ସ ଓ ଦନ୍ତ ଡାକ୍ତରଙ୍କୁ ଇନ୍ସେଣ୍ଟିଭ୍ ଭଳି ୧୦ଟି ଦାବି ନେଇ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର ମାନେ । ମୁଖ୍ୟମନ୍ତ୍ରୀ ଡାକିଲେ ଡାକ୍ତର ସଂଘ ଆଲୋଚନା କରିବ ବୋଲି କହିଛନ୍ତି । ଏହା ଭିତରେ ଆଜି ଦିନ ସାଢେ ୧୧ଟାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ସଂଘ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଜାନୁଆରୀ ୬ତାରିଖରୁ ରାଜ୍ୟରେ ଏସ୍ମା ଲାଗୁ କରିଛନ୍ତି ସରକାର। ଏସମା ବଳବତ୍ତର ଥିବା ସତ୍ତ୍ବେ ଡାକ୍ତର ମାନୁନଥିବାରୁ ରୋଗୀଙ୍କୁ ସେବା ଯୋଗାଇବା ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି। ସ୍ଥିତିର ମୁକାବିଲା ପାଇଁ ଆୟୁଷ ଡାକ୍ତର ଓ ଠିକା ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ତଥାପି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସରକାରୀ ଡାକ୍ତର। ଛଟପଟ ହେଉଛନ୍ତି ରୋଗୀ ।
