ଦ୍ୱିତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ
ଦ୍ବିତୀୟ ଦିନରେ ଡାକ୍ତରଙ୍କ ବିକ୍ଷୋଭ । ୧୦ ଦଫା ଦାବି ନେଇ ରାଜ୍ୟବ୍ୟାପି କରିଛନ୍ତି ଆନ୍ଦୋଳନ । ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ଚିକିତ୍ସା ସେବା । କ୍ୟାଡର ପୁନର୍ଗଠନ, ଲେବୁଲ ୧୫ ପେ’ ସ୍କେଲ୍ ଉଚ୍ଛେଦ, ସ୍ବଚ୍ଛ ବଦଳି ନୀତି, କେବିକେ ଏଗ୍ଜିଟ ପଲିସି, ଇନ୍ସ୍ୟୁରାନ୍ସ, ଦନ୍ତ ଡାକ୍ତରଙ୍କ ଇନ୍ସେଣ୍ଟିଭ, ଡାକ୍ତରଙ୍କ ସୁରକ୍ଷା ଇତ୍ୟାଦି ୧୦ ଦଫା ଦାବି ତୁରନ୍ତ ପୂରଣ ପାଇଁ ଅଡିବସିଛନ୍ତି । ଓମସା ପକ୍ଷରୁ କୁହାଯାଇଛି, ଗତ ୨୦ ତାରିଖ ଦିନ ଜୁଲାଇ ୧ ତାରିଖ ଡାକ୍ତର ଦିବସ ପର୍ଯ୍ୟନ୍ତ ଦାବି ପୂରଣ ପାଇଁ ସରକାରଙ୍କୁ ସମୟ ଦିଆଯାଇଥିଲା ।ହେଲେ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ କାର୍ଯ୍ୟ ବନ୍ଦ କରିଛନ୍ତି ।
