ପୁଣି ବିଦେଶରେ ଅଦିନିଆ ରଥଯାତ୍ରା
ଅମାନିଆ ଇସ୍କନ । ପୁଣି ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି । ବିଦେଶରେ ବିଭିନ୍ନ ସ୍ଥାନରେ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜୁନ୍ ୨୭ ଏବଂ ୨୮ ତାରିଖରେ କାନାଡ଼ାର ୩ଟି ସ୍ଥାନ ସମେତ ଇଂଲଣ୍ଡ ଓ ୟୁରୋପର ବିଭିନ୍ନ ସହରରେ ଶ୍ରୀଜୀଉଙ୍କ ରଥଯାତ୍ରା ଆୟୋଜନ କରାଯାଇଛି । କାନାଡ଼ାର ମିଲଟନ୍ ଏବଂ ସେଣ୍ଟ ଜନ୍ସ ନ୍ୟୁ ଫାଉଣ୍ଡଲ୍ୟାଣ୍ଡଠାରେ ଜୁନ୍ ୨୭ ତାରିଖରେ ରଥଯାତ୍ରା ଆୟୋଜିତ କରିଛି ଇସ୍କନ ।
