ଏଇ ମାସରେ ସୁନା ପ୍ରାୟ ୧୫ ହଜାର ଶସ୍ତା

ଖସୁଛି ସୁନା-ରୁପା ଦର

ସୁନା ଓ ରୁପା ଦର ଲଗାତାର ଖସୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି। ବିଶେଷ କରି ଦେଶରେ ପୁରୁଣା ଅଳଙ୍କାର ବିକ୍ରି ବୃଦ୍ଧି ପାଉଛି।ଏପ୍ରିଲରୁ ଜୁନ୍ ମଧ୍ୟରେ ବିକ୍ରି ହୋଇଛି ୫୦ ଟନ୍ ପୁରୁଣା ସୁନା। ଯାହାକି ଗତବର୍ଷ ତୁଳନାରେ ୪୩ ପ୍ରତିଶତ ଅଧିକ । ବିଶ୍ବ ବଜାରର ପ୍ରଭାବରେ ସୁନା ଉପରେ ପଡ଼ୁଛି ଚାପ। ଆଗକୁ ସୁନା ଦାମ ଆହୁରି କମିବ ବୋଲି ଆକଳନ କରାଯାଉଛି।ଚଳିତ ବର୍ଷ ଆରମ୍ଭରେ ୨୪ କ୍ୟାରେଟ ସୁନା ରେକର୍ଡ ଦରରେ ପହଞ୍ଚିଥିଲା । ୧୦ ଗ୍ରାମକୁ ପ୍ରାୟ ୧ ଲକ୍ଷ ୮୦ ହଜାର ପାଖାପାଖି ହୋଇଥିଲା। ତାହା ଧିରେ ଧିରେ ଖସି ଏବେ ୧ ଲକ୍ଷ ୪୦ ହଜାରରେ ପହଞ୍ଚିଲାଣି। କୁହାଯାଉଛି ଆଗକୁ ଦାମ୍ ଆହୁରି ଖସିବ। …

Leave a Reply

Your email address will not be published. Required fields are marked *