ଜାଣନ୍ତ କେଉଁଠି ରଖିବେ ଗାଡ଼ି?
ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ କଟକଣା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବର, ବ୍ରହ୍ମଗିରି ଓ କୋଣାର୍କ ପଟୁ ଆସୁଥିବା ୨ ଚକିଆ ଗାଡ଼ିଗୁଡ଼ିକୁ ମାର୍କେଟ୍ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯାଇଛି। ଗାଡ଼ିଗୁଡ଼ିକୁ ମ୍ୟୁନିସିପାଲିଟି ମାର୍କେଟ୍ କଂପ୍ଳେକ୍ସରେ ରଖାଯିବ।
ସେଠାରେ ପାର୍କିଂ ଫୁଲ୍ ହୋଇଯିବା ପରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ। ସେହିପରି ସମୁଦ୍ର କୂଳକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜ ଦୁଇ ଚକିଆ ଗାଡ଼ିଗୁଡ଼ିକ ଦିଗବାରେଣିଠାରେ ପାର୍କିଂ କରିପାରିବେ।…ଭୁବନେଶ୍ବରପଟୁ ଆସୁଥିବା ଚାରି ଚକିଆ ଗାଡ଼ିଗୁଡ଼ିକ ବାଟଗାଁ, ଶ୍ରୀସେତୁ ଦେଇ ନ୍ୟୁ ଜଗନ୍ନାଥ ବଲ୍ଲଭ ପାର୍କିଂରେ ରହିବେ। ସେହି ପାର୍କିଂ ଫୁଲ୍ ହୋଇସାରିବା ପରେ ଗାଡ଼ିଗୁଡ଼ିକ ଜେଲ୍ ରୋଡ୍, ତାପରେ ମେଡିକାଲ୍ ଛକ ଓ ଶରଧାବାଲି ନିକଟ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିପାରିବେ।
ଅନ୍ୟପକ୍ଷରେ ପୁରୀକୁ ଯାଉଥିବା ସମସ୍ତ ବସ୍ ପାଇଁ ମାଳତୀପାଟପୁରରେ ରହଣୀ ବ୍ୟବସ୍ଥା ହୋଇଛି। ଶରଧାବାଲିରେ ସିଟି ବସ୍ ଓ ତାଳବଣିଆରେ ଟୁରିଷ୍ଟ ବସ୍ଗୁଡ଼ିକ ରହିବ। ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ଘୋଷଣା କରାଯାଇଛି। ସିସିଟିଭି ନଜରରେ ରହିବ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ଓ ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଉଛି। ଏ ନେଇ ପ୍ରେସ୍ ମିଟ୍ ରେ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପ୍ରତୀକ ସିଂ।
