ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲା
ଅଯୋଧ୍ୟା ରାମ ମନ୍ଦିର ଦାନରାଶି ଚୋରି ମାମଲାରେ ପୋଲିସ ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ପୂର୍ବରୁ ପୋଲିସ ସମସ୍ତଙ୍କୁ ହେପାଜତକୁ ନେବା ସହିତ ଗୁରୁବାର ସନ୍ଧ୍ୟାରେ ସେମାନଙ୍କୁ ଅଟକ ରଖି ଅଯୋଧ୍ୟାର ରାମ ଜନ୍ମଭୂମି ପୋଲିସ ଷ୍ଟେସନରେ ପଚାରା ଉଚରା କରିଥିବା ଜଣାପଡିଛି । ପୋଲିସ ଆଜି ଏହି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିବ ।ସୂଚନାନୁଯାୟୀ, ଗତକାଲି ରାତିସାରା ପଚରାଉଚରା ପରେ ଆଜି ସକାଳେ ସେମାନଙ୍କୁ ଗିରଫ କରାଯାଇଛି । ଏଥିସହ ସେହି ଅଭିଯୁକ୍ତଙ୍କ ପରିଚୟକୁ ମଧ୍ୟ ପୋଲିସ୍ ଚିହ୍ନଟ କରିଛି । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି । ଏମାନେ ସମସ୍ତେ ଦାନ ରାଶି ଗଣନାରେ ସାମିଲ ଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୬ ଜଣ କ୍ୟାସିଅର ରହିଛନ୍ତି । ଯେତେବେଳେ ଟିନୁ ଯାଦବଙ୍କ କାମ ନଗଦ ଗଣନା ତଦାରଖ କରିବା ଏବଂ ବ୍ୟାଙ୍କକୁ ନେବା ଦାୟିତ୍ତ୍ବରେ ଥିଲେ ସେହି ସମୟରେ ଗିରଫ ସୁଭାଷ ଶ୍ରୀବାସ୍ତବଙ୍କ ତତ୍ତ୍ୱାବଧାନରେ ସମସ୍ତ ଛଅ ଜଣ କ୍ୟାସିୟର ରାମ ମନ୍ଦିରରେ ପ୍ରାପ୍ତ ଦାନର ହିସାବ ରଖୁଥିଲେ ।
