ଭେନେଜୁଏଲାରେ ଶକ୍ତିଶାଳୀ ଭୂମିକମ୍ପ

୪୫ ସେକେଣ୍ଡରେ ଦୁଇଥର ଭୂକମ୍ପ ଝଟକା

ଭେନେଜୁଏଲାରେ ଆଜି ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି, ଯାହାଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ୪୫ ସେକେଣ୍ଡର ଅନ୍ତରାଳରେ ଦୁଇଥର ଭୂମିକମ୍ପ ହୋଇଥିବାରୁ ଲୋକମାନେ ଭୟଭୀତ ହୋଇ ଘର ଛାଡ଼ି ବାହାରକୁ ଦୌଡ଼ି ଯାଇଥିଲେ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ କ୍ରମଶଃ ୭.୨ ଓ ୭.୫ ରେକର୍ଡ୍ କରାଯାଇଛି ।ଏହି ଶକ୍ତିଶାଳୀ ଝଟକାରେ କିଛି ଅଞ୍ଚଳରେ ଭବନ କ୍ଷତି ଓ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂମିକମ୍ପ ପରେ ଭେନେଜୁଏଲା ସମୁଦ୍ରତଟୀୟ ଅଞ୍ଚଳରେ ସୁନାମୀ ଆଲର୍ଟ୍ ଜାରି କରାଯାଇଛି । ପ୍ରଶାସନ ଲୋକମାନଙ୍କୁ ସମୁଦ୍ର ତଟରୁ ଦୂରେ ରହିବା ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଅପିଲ୍ କରିଛି । ସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି ଏବଂ ଆଗାମୀ ଝଟକା ପାଇଁ ସତର୍କତା ଜାରି କରାଯାଇଛି । ଦଶ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି।

Leave a Reply

Your email address will not be published. Required fields are marked *