କେନ୍ଦ୍ରମନ୍ତ୍ରୀ ପଦରୁ ଜର୍ଜ କୁରିଆନଙ୍କ ଇସ୍ତଫା
ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି ।ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜର୍ଜ କୁରିଆନଙ୍କ ରାଜ୍ୟସଭା ସଦସ୍ୟତା ଗତ ୨୧ ତାରିଖରେ ଶେଷ ହୋଇଥିଲା । ଜୁନ୍ ୨୦୨୪ରେ ମୋଦୀଦି ୩ .୦ ସରକାର ଗଠନ ବେଳେ ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ସହିତ ମତ୍ସ୍ୟପାଳନ, ପ୍ରାଣୀସମ୍ପଦ ଓ ଦୁଗ୍ଧ ବ୍ୟବସାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା । ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନରେ ବିଜେପି ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିନଥିଲା । ଏଥିପାଇଁ ସଂସଦର ସଦସ୍ୟ ନ ରହିବାରୁ ତାଙ୍କୁ ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଛି ।
