ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ, ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ ମୋଦି
ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ କମିଶନିଂ ଉତ୍ସବରେ ଯୋଗ ଦେଇଛନ୍ତି ।ଭାରତୀୟ ନୌସେନା ଅଧିକାରୀଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ ତିନୋଟି ନୌସେନା ଜାହାଜକୁ ନିୟୋଜିତ କରିଥିଲେ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିକାଶ, ସୁରକ୍ଷା ଏବଂ ସମୃଦ୍ଧି ସମୁଦ୍ର ସହିତ ଜଡିତ । ଏକ ଦେଶର ଆର୍ଥିକ ଏବଂ ରଣନୈତିକ ପ୍ରଭାବ ପାଇଁ ଦୃଢ଼ ସାମୁଦ୍ରିକ କ୍ଷମତା ଏକ ନିର୍ଣ୍ଣାୟକ କାରଣ। ଭାରତ ଏହାକୁ ଭଲ ଭାବରେ ବୁଝେ ଏବଂ ଏଥିପାଇଁ ପ୍ରସ୍ତୁତି କରୁଛି । ସେ ଆହୁରି କହିଛନ୍ତି ଯେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ କେବଳ କ୍ରେତା ହୋଇ ରହିବାକୁ ଚାହୁଁନାହିଁ। ଆମର ସଶସ୍ତ୍ର ବାହିନୀ ବିଶ୍ୱ ପାଇଁ କେବଳ ଏକ ବଜାର ହୋଇ ରହିପାରିବ ନାହିଁ । ତେଣୁ, କ୍ଷେପଣାସ୍ତ୍ର ଏବଂ ଯୁଦ୍ଧଜାହାଜ ନିରନ୍ତର ଘରୋଇ ଭାବରେ ନିର୍ମାଣ କରାଯାଉଛି ।
