ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ
ସ୍ଵାଭାବିକ ହେଲା ରଥ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣାଙ୍କ ଆଲୋଚନା ପରେ ରଥ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଛି । ପ୍ରଶାସନିକ ପ୍ରତିଶ୍ରୁତି ପରେ ରଥ ମହାରଣା ମାନଙ୍କ ଖେଇକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ହଟିଛି । ଆସନ୍ତାକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ହୋଇ ନିଷ୍ପତ୍ତି ପରେ ପରେ ବିବାଦ ର ପୂର୍ଣ୍ଣଚ୍ଛେଦ ପଡ଼ିବ କହିଛନ୍ତି ବିଶ୍ୱକର୍ମା ମହାରଣା । ଦାବି ନ ମାନିଲେ ଆଗକୁ ମଧ୍ୟ କାର୍ଯ୍ୟ ବନ୍ଦ୍ କରିବାକୁ ଚେତାବନୀ ଦେଇଛନ୍ତି ତିନି ରଥର ମୁଖ୍ୟ ମହାରଣା ।ଶ୍ରୀମନ୍ଦିର ସ୍ବତ୍ବଲିପି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି । ସ୍ବତ୍ବଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ବିବାଦ ହୋଇଥିଲା । ଫଳରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଥିଲେ ବିଶ୍ବକର୍ମା ମହାରଣା । ମହାପ୍ରଭୁଙ୍କ ରଥ କାଠରୁ ବାହାରୁଥିବା ଗୁଣ୍ଡ କାଠକୁ ଖେଇ ହିସାବରେ ମହାରଣା ସେବକ ମାନେ ନେଇଥାନ୍ତି l କିନ୍ତୁ ଆଜି ଏହି କଟିଙ୍ଗ କାଠକୁ ନେଇ ବିବାଦ ଦେଖାଦେଇଥିଲା l ପୂର୍ବରୁ ୪ ଫୁଟ୍ ତଳକୁ ଗୋଲେଇ କାଠ ଖେଇ ଭାବେ ନେଉଥିଲେ ମହାରଣା । ମାତ୍ର ପ୍ରଶାସନର ନିୟମ ଅନୁଯାୟୀ ବଳକା କାଠ ନେବା ଉପରେ କଟକଣା ଲଗାଯାଇଛି ।
