ମୋହନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ

କେଜିରୁ ପିଜି ଯାଏ ମାଗଣା ଶିକ୍ଷା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମୋହନ ମାଝୀ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ପାଳନ । ଏହି ଅବସରରେ ରାଜ୍ୟରେ ପରିବର୍ତ୍ତନର ଧାରା ଦେଖିବାକୁ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିକାଶର ସୁଫଳରେ ସମସ୍ତେ ଭାଗୀଦାର ଆମର ଲକ୍ଷ୍ୟ। ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଛୁ । ସବୁ ଗାଁକୁ ମୌଳିକ ସୁବିଧା ଯୋଗାଇଦେବା ଆମର ମିଶନ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ୨୦୨୭ ସୁଦ୍ଧା ଆମେ ଏହି କାର୍ଯ୍ୟର ସଫଳ ରୂପାୟନ କରିବୁ । ମହିଳାଙ୍କ ସଶକ୍ତିକରଣ ଆମ ସରକାରଙ୍କ ଲକ୍ଷ୍ୟ। ଲକ୍ଷପତି ଦିଦି ତିଆରି କରିବାରେ ଦେଶରେ ସଫଳ ହୋଇଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।କେଜିରୁ ପିଜି ଯାଏ ଦେୟ ମୁକ୍ତ ଶିକ୍ଷା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ସମସ୍ତ ବିଦ୍ୟାର୍ଥୀଙ୍କୁ କେଜିରୁ ପିଜି ଯାଏ ମିଳିବ ମାଗଣା ଶିକ୍ଷା । ଦେଶରେ ପ୍ରଥମ ରାଜ୍ୟ ଭାବେ ଲାଗୁ ହେବ ଏହି ନିୟମ । ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା । ଭତ୍ତା ପ୍ରଦାନରେ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହିତାଧିକାରୀଙ୍କୁ ଏକା ସାଙ୍ଗରେ ମିଳିବ ୩ ମାସର ଭତ୍ତା। ମଧୁବାବୁ ପେନସନ ଯୋଜନାରେ ଅଧିକ ୬ ଲକ୍ଷ ହିତାଧିକାରୀ ଯୋଡ଼ିହେବେ । ଏ ନେଇ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ୬୦ ବର୍ଷ ହେବା କ୍ଷଣି ଯୋଜନାରେ ସାମିଲ ହେବେ ହିତାଧିକାରୀ । ବୈଷୟିକ ପରିବର୍ତ୍ତନ ଯୋଗୁ ଭତ୍ତା ମିଳିବାରେ ସମସ୍ୟା ହୋଇଛି ।

Leave a Reply

Your email address will not be published. Required fields are marked *