ମାଡ଼ି ଆସୁଛି ଭୟଙ୍କର ଏଲନିନୋ
ଭାରତ ପାଇଁ ବଡ଼ ବିପଦର ସଙ୍କେତ ! ମାଡ଼ି ଆସୁଛି ଭୟଙ୍କର ଏଲନିନୋ । ଜାପାନ କଲା ‘ଏଲ୍ ନିନୋ’ ଆଲର୍ଟ । ଏଥର କମିବ ମୌସୁମୀ ବର୍ଷା, ବଢ଼ିବ ଅସହ୍ୟ ଖରା । ଜାପାନ ପାଣିପାଗ ସଂସ୍ଥା-JMA ବିଧିବଦ୍ଧ ଭାବେ ସ୍ପଷ୍ଟ କରିଛି ପ୍ରଶାନ୍ତ ମହାସାଗରରେ ‘ଏଲ୍ ନିନୋ’ ସକ୍ରିୟ ହୋଇସାରିଛି । ଏଥିଯୋଗୁ ସମୁଦ୍ରର ତାପମାତ୍ରା ସ୍ବାଭାବିକ ଅପେକ୍ଷା ଅଧିକ ଗରମ ହେବାରେ ଲାଗିଛି । ଯାହାର ସିଧାସଳଖ ପ୍ରଭାବ ପୃଥିବୀର ପାଣିପାଗ ଉପରେ ପଡ଼ୁଛି। ଜାପାନ ପାଣିପାଗ ସଂସ୍ଥା ଅନୁଯାୟୀ, ଏହି ସ୍ଥିତି ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ଜାପାନ ନୁହେଁ, ବରଂ ଅଷ୍ଟ୍ରେଲିଆ ଏବଂ ବିଶ୍ୱ ପାଣିପାଗ ସଂଗଠନ ମଧ୍ୟ ଏହି ବିପଦକୁ ନେଇ ସମାନ ଆଲର୍ଟ ଜାରି କରିଛନ୍ତି ।
ସାଧାରଣତଃ ‘ଏଲ୍ ନିନୋ’ ସକ୍ରିୟ ହେଲେ ଭାରତରେ ମୌସୁମୀ ବାୟୁ ଦୁର୍ବଳ ହୋଇଯାଏ ।ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଏଲନିନୋ ନେଇ କିଛି ସ୍ପଷ୍ଟ କରିନାହିଁ । ଏଲନିନୋ ପ୍ରଭାବରେ ଭାରତରେ ୩ଟି ବଡ଼ ସମସ୍ୟା ଦେଖାଦେଇପାରେ । ଚଳିତ ବର୍ଷ ମୌସୁମୀ ବର୍ଷା ସ୍ବାଭାବିକଠୁ କମ୍ ଅର୍ଥାତ ପ୍ରାୟ ୯୦% ହୋଇପାରେ । ଯାହା ଗତ ୧୧ ବର୍ଷ ମଧ୍ୟରେ ସବୁଠାରୁ କମ୍ ବର୍ଷାର ରେକର୍ଡ ହେବ । ଜୁଲାଇ ପରଠାରୁ ଏଲ୍ ନିନୋର ପ୍ରଭାବ ଯୋଗୁଁ ମୌସୁମୀ ବର୍ଷାର ପରିମାଣ କମିବ । ଏଲନିନୋ ଆଗକୁ ସୁପର ଏଲନିନୋର ରୂପ ନେଇପାରେ ।
