ଦୀଘା ଜଗନ୍ନାଥ ମନ୍ଦିରରୁ “ଧାମ” ଶବ୍ଦ ହଟିବ
ଦୀଘା ଜଗନ୍ନାଥ ମନ୍ଦିରରୁ “ଧାମ” ଶବ୍ଦ ହଟିବ । ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ପୂର୍ବ ସରକାର “ଧାମ” ଶବ୍ଦ ଯୋଡି ଥିଲେ । ଏହା ସନାତନ ଧର୍ମ ବିରୋଧୀ ଥିଲା । ତେଣୁ ଏହାକୁ ହଟାଯିବ । ଏଥିପାଇଁ ଖୁବ ଶୀଘ୍ର କ୍ୟାବିନେଟ ରେ ପ୍ରସ୍ତାବ ଅଣାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅଧିକାରୀ । ଏ ସଂକ୍ରାନ୍ତରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି ପାଇଛୁ । ଦୁଇଦିନ ମଧ୍ୟରେ “ଧାମ” ଶବ୍ଦ ହଟାଇବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚିଠି ପରେ ତୁରନ୍ତ ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଦୀଘା ଜଗନ୍ନାଥ ଧାମ ପରିବର୍ତ୍ତେ ଏହା “ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର” ହେବ ବୋଲି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଏଥିପାଇଁ ପୁରୀ ସାଂସଦ ସମ୍ବିତ ପାତ୍ର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
