ରଥଯାତ୍ରା ପୂର୍ବରୁ ପୁରୀରେ ଜବରଦଖଲ ଉଚ୍ଛେଦ

ଡ଼ାକ୍ତରଖାନା ଛକଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର ଉଚ୍ଛେଦ

ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ଜବରଦଖଲ ଉଚ୍ଛେଦ । ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥର ଅଠରନଳା ନିକଟରେ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବାଟଗାଁ ଠାରୁ ହସ୍ପିଟାଲ ଛକ ସମ୍ପ୍ରସାରଣ ପାଇଁ ଏହି ଉଚ୍ଛେଦ ଅଭିଯାନ କରାଯାଉଛି । ମାଜିଷ୍ଟ୍ରେଟଙ୍କ ସହ ଚାରି ପ୍ଲାଟୁନ ଫୋର୍ସ ,ଅଗ୍ନିଶମ ବିଭାଗ ,ବିଦ୍ୟୁତ୍ ବିଭାଗ ଅଧିକାରୀ ସାମିଲ୍ ହୋଇଛନ୍ତି ।୨୦୨୩ରୁ ବାଟ ଗାଁ ଛକ ଠାରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଉଚ୍ଛେଦ ଅଭିଯାନ କରାଯାଇ ପ୍ରାୟ ୯୮ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି ।

୨୦୧୫ ନବକଳେବର ସମୟରେ ପୁରୀରୁ ଭୁବନେଶ୍ୱର ଚାରି ଲେନ ରାସ୍ତା ପାଇଁ ନିଷ୍ପତି ନିଆଯାଇଥିଲା । ତେବେ ହସ୍ପିଟାଲ ଛକରୁ ବାଟ ଗାଁ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହୋଇ ପାରିନଥିଲା ।ଏହି ପ୍ରକଳ୍ପ ପାଇଁ ୧୧ଟି ମୌଜାର ୬ ଏକର ଜମି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରହିଥିଲା। ବାଟ ଗାଁ ଠାରୁ ମେଡିକାଲ ଛକ ଯାଏଁ ହେବାକୁ ଥିବା ଚାରି ଲେନ୍ ରାସ୍ତା ପାଇଁ ୧୧ଟି ମୌଜାର ୫ଏକର ପ୍ରାଇଭେଟ୍ ଲ୍ୟାଣ୍ଡ ସହ ୧ ଏକର ସରକାରୀ ଜାଗା ଅଧିଗ୍ରହଣ କରାଯାଇଛି ।

ଡ଼ାକ୍ତରଖାନା ଛକଠାରୁ ଅଠରନଳା ପର୍ଯ୍ୟନ୍ତ ୨୪ ମିଟର ଓ ଅଠରନଳା ଠାରୁ ବାଟ ଗାଁ ଛକ ପର୍ଯ୍ୟନ୍ତ ୨୨ମିଟର ପ୍ରଶସ୍ତ ରାସ୍ତା କରିବା ଯୋଜନା ରହିଛି। କିଛି ଜମି ମାଲିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ଅବଶିଷ୍ଟ ୧୧ ଟି ପ୍ଲଟ ଓ ୬ ଟି ମନ୍ଦିରର ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆସନ୍ତା ୨ – ୩ ମଧ୍ୟରେ ଅବଶିଷ୍ଟ ଜମି ଉଚ୍ଛେଦ ହୋଇ ଅଧିଗ୍ରହଣ ପରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଭୂଅର୍ଜନ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *