ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା

ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ

ଉଜ୍ଜ୍ୱଳା ଗ୍ରାହକଙ୍କୁ ଝଟକା । ସବସିଡି ସିଲିଣ୍ଡର ସଂଖ୍ୟା ୯ରୁ ୪କୁ ହ୍ରାସ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ର ଗ୍ରାହକଙ୍କ ପାଇଁ ବଡ଼ ପରିବର୍ତ୍ତନ କରିଛନ୍ତି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ହିତାଧିକାରୀଙ୍କୁ ବାର୍ଷିକ ମିଳୁଥିବା ସବ୍ ସିଡିଯୁକ୍ତ ରନ୍ଧନ ଗ୍ୟାସ୍ ସିଲିଣ୍ଡର ସଂଖ୍ୟା ୯ରୁ କମାଇ ୪ କରିଦିଆଯାଇଛି। ସାଧାରଣ ପରିବାରର ପ୍ରକୃତ ବାର୍ଷିକ ବ୍ୟବହାରକୁ ଦୃଷ୍ଟିରେ ରଖି ସବ୍ ସିଡିକୁ ସଠିକ୍ ଭାବେ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଉଜ୍ଜ୍ୱଳା ଗ୍ରାହକଙ୍କୁ ପ୍ରଥମ ୪ଟି ସିଲିଣ୍ଡର ପାଇଁ ପୂର୍ବଭଳି ୩୦୦ ଟଙ୍କା ସବସିଡି ଡିବିଟି ମାଧ୍ୟମରେ ମିଳିବ।ଏହି ୪ଟି ସିଲିଣ୍ଡର ପିଛା ୬୪୨ ଟଙ୍କା ପଡ଼ିବ। ୪ ସିଲିଣ୍ଡର ସରିବା ପରେ, ଯଦି କୌଣସି ପରିବାର ଅଧିକ ସିଲିଣ୍ଡର ନେବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ବଜାର ଦର ଅର୍ଥାତ୍ ୯୪୨ ଟଙ୍କା ଦେଇ ସିଲିଣ୍ଡର କିଣିବାକୁ ପଡ଼ିବ। ସୂଚନା ଅନୁସାରେ ଉଜ୍ଜ୍ୱଳା ଯୋଜନାର ଅଧିକାଂଶ ଗରିବ ପରିବାର ବର୍ଷକୁ ହାରାହାରି ୪ଟି ସିଲିଣ୍ଡର ହିଁ ବ୍ୟବହାର କରୁଥିବା ସର୍ଭେରୁ ଜଣାପଡ଼ିଛି । ଏପଟେ ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଗ୍ୟାସ୍ ମୂଲ୍ୟ ସିଲିଣ୍ଡର ପିଛା ୧ ହଜାର ୬୦୦ ଟଙ୍କା ଟପିଛି।

Leave a Reply

Your email address will not be published. Required fields are marked *