୮ ଦିନ ବିଳମ୍ବରେ ପହଞ୍ଚିଲା ମୌସୁମୀ

କେରଳମ୍ ଛୁଇଁଲା ମୌସୁମୀ

କେରଳମ୍ ଛୁଇଁଲା ମୌସୁମୀ । ନିର୍ଦ୍ଧାରିତ ସମୟରେ କେରଳମ୍ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି । ମେ’ ୨୬ରେ ମୌସୁମୀ ପହଞ୍ଚିବା ନେଇ ଆକଳନ କରିଥିଲା IMD । ଏଥର ବିଳମ୍ବରେ କେରଳ ଛୁଇଁଛି ମୌସୁମୀ ବାୟୁ ।ପ୍ରାରମ୍ଭିକ ପୂର୍ବାନୁମାନରେ ମେ’ ୨୬ ତାରିଖ ପାଖାପାଖି ଆସିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ଅନୁକୂଳ ପାଣିପାଗ ନ ହେବାରୁ ବିଳମ୍ବରେ ପହଞ୍ଚିଛି । ମୌସୁମୀର ଆଗମନ ସହିତ କେରଳର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅନେକ ଜିଲ୍ଲା ପାଇଁ IMD ପକ୍ଷରୁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି । ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ସୂଚନା ରହିଛି ।ତେବେ କେରଳରେ ମୌସୁମୀ ଛୁଇଁବା ପରେ ଓଡିଶାରେ ସପ୍ତାହ ମଧ୍ୟରେ ମୌସୁମୀ ପହଞ୍ଚିବ । ଆସନ୍ତା ୧୦ କିମ୍ବା ୧୨ ଆଡକୁ ଓଡିଶା ମୌସୁମୀ ଛୁଇଁପାରେ ବୋଲି ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *