ଆଜିଠୁ ରାଜ୍ୟରେ SIR ଅଭିଯାନ
ଆଜିଠୁ ରାଜ୍ୟରେ SIR ଅଭିଯାନ। ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି ବିଏଲଓ । ଏହି ପ୍ରକ୍ରିୟାରେ ସାମିଲ ହେବେ ରାଜ୍ୟର ୩ କୋଟି ୩୩ ଲକ୍ଷରୁ ଅଧିକ ଭୋଟର । ତଥ୍ୟ ସଂଗ୍ରହ ମେ’ ୩୦ରୁ ଜୁନ ୨୮ ଯାଏଁ ଚାଲିବ । ଜୁଲାଇରେ ଡ୍ରାଫ୍ଟ ଭୋଟର ତାଲିକା ଏବଂ ଅକ୍ଟୋବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା । ଏସଆଇଆର ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ବୁଥ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିଛନ୍ତି । ରାଜ୍ୟରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ଆଜିଠୁ ‘ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ’ ବା SIR ଅଭିଯାନ। ରାଜ୍ୟର ପ୍ରାୟ ୩ କୋଟି ୩୩ଲକ୍ଷ ୯୯ ହଜାର ପଞ୍ଜୀକୃତ ଭୋଟରଙ୍କ ତଥ୍ୟ ଯାଞ୍ଚ କରାଯିବ। ୪୫ ହଜାର୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର ଘରକୁ ଘର ବୁଲି ଯାଞ୍ଚ କରିବେ । BLO ମାନେ ପ୍ରତି ଭୋଟରଙ୍କୁ ଦୁଇଟି ଲେଖାଏଁ ‘ଏନୁମେରେସନ ଫର୍ମ’ ଦେବେ ।ଭୋଟର ସେହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଏବଂ ୨୦୦୨ ଭୋଟର ତାଲିକାର ସୂଚନା ସଠିକ୍ ଭାବେ ପୂରଣ କରିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLO ଙ୍କୁ ଦେବେ । ଫର୍ମ ସଂଗ୍ରହ ପାଇଁ BLO ମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୫ ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପଲବ୍ଧ ରହିବେ । ଏହି ସଂପୂର୍ଣ୍ଣ ପ୍ରକ୍ରିୟା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ ହେବ । ଡ୍ରାଫ୍ଟ ଭୋଟର ତାଲିକା ୨୦୨୬ ଜୁଲାଇ ୫ରେ ପ୍ରକାଶ ପାଇବ । ଆପତ୍ତି ଓ ଅଭିଯୋଗ ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ କରିପାରିବେ ଭୋଟର । ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୬ରେ ପ୍ରକାଶ ପାଇବ ।
