କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ
ଆତଙ୍କ ଖେଳାଇଲା ହାଇଓ୍ବା ଟ୍ରକ। ରାଜଧାନୀରେ ରାସ୍ତା ଉପରେ ହାଇଓ୍ବେ ହରର । କାରକୁ ଘୋଷାଡ଼ି ନେଲା ହାଇଓ୍ବା ଟ୍ରକ । ଏନ୍ ଏଚ ୧୬ ଉପରେ ଘଟିଛି ଛାତିଥରା ଦୃଶ୍ୟ । ବିଳମ୍ବିତ ରାତିରେ ଘଟିଛି ଘଟଣା । ମଞ୍ଚେଶ୍ୱରରୁ ପାହାଳ ଆଡ଼କୁ ଯାଉଥିବା ଏକ ହାଇଓ୍ବା ଟ୍ରକ ଖେଳାଇଛି ଆତଙ୍କ। ଏକ କାରରେ ପରିବାର ଲୋକ ଯାଉଥିଲେ । କାରକୁ ଧକ୍କା ଦେଇ ଘୋଷାଡି ନେଇଥିଲା ହାଇଓ୍ବା ଟ୍ରକ । ଦାଦା ଝିଆରି କାରରେ ଥିବା ବେଳେ ଦ୍ରୁତ ବେଗରେ ରାସ୍ତା ଉପରେ ଘୋଷାଡି ନେଇଛି ହାଇଓ୍ବା ଟ୍ରକ। ଯାହାର ଦୃଶ୍ୟ ଅତ୍ୟନ୍ତ ଭୟାନକ ।
