ବିଜେପି ବଦଳାଇଲା ୪ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ
ଭାରତୀୟ ଜନତା ପାର୍ଟି ୪ ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ପାର୍ଟି ତରଫରୁ ପଞ୍ଜାବ, ହରିଆଣା ସହ ଦିଲ୍ଲୀ ଓ ତ୍ରିପୁରାରେ ପ୍ରଦେଶ ଅଧ୍ୟକ୍ଷ ପରିବର୍ତ୍ତନ କରିଛି । ଦିଲ୍ଲୀର ଦାୟିତ୍ୱ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରାଙ୍କୁ ଦାୟିତ୍ୱ ଦେଇଛି । ଏହା ପୂର୍ବରୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଥିଲେ ବୀରେନ୍ଦ୍ର ସଚଦେବା ।ସେହିଭଳି ପଞ୍ଜାବରେ କେବଲ ସିଂ ଡିଲ୍ଲୋଙ୍କୁ ଦଳ ଦାୟିତ୍ୱ ଦେଇଛି । ପଞ୍ଜାବ ନିର୍ବାଚନକୁ ଗୋଟିଏ ବର୍ଷ ବାକି ଥିବା ବେଳେ ଦଳ କେବଲ ସିଂଙ୍କ ଉପରେ ଭରସା କରିଛି । ସେହିଭଳି ତ୍ରିପୁରା ପାଇଁ ଅଭିଷେକ ଦେବରାୟଙ୍କୁ ଦଳ ଅଧ୍ୟକ୍ଷ ପଦ ପାଇଁ ଚୟନ କରିଥିବା ବେଳେ ହରିଆଣା ପାଇଁ ଅର୍ଚ୍ଚନା ଗୁପ୍ତାଙ୍କୁ ଦାୟିତ୍ୱ ମିଳିଛି ।ହର୍ଷ ମଲହୋତ୍ରା ବିଜେପିର ବରିଷ୍ଠ ନେତା ଏବଂ ଦିଲ୍ଲୀ ସାଂସଦ । ବିଜେପି ଏହି ସିଟରେ ଗୌତମ ଗମ୍ଭୀରଙ୍କୁ ଟିକେଟ ଦେଇଥିଲା । ସେହିପରି ଅର୍ଚ୍ଚନା ଗୁପ୍ତା ମଧ୍ୟ ହରିୟାଣାର ସକ୍ରିୟ ବିଜେପି ନେତା ଏବଂ ଡାକ୍ତର । ସାଙ୍ଗଠନିକ ରାଜନୀତିରେ ତାଙ୍କ ସ୍ଥିତି ବହୁତ ମଜବୁତ ।
